spot_img

ବିହାର ବୌଠକରେ ଯୋଗ ଦେବେ ରାଜନାଥ ସିଂହ

ପାଟନା: ଚଳିତ ବର୍ଷ ବିହାର ନିର୍ବାଚନରେ ଏନଡିଏ ବିଜୟୀ ହୋଇଛି । ମୁଖ୍ୟମନ୍ତ୍ରୀ ପାଇଁ ନୀତିଶଙ୍କୁ ବାଛିଛି ବିଜେପି । ତେବେ ଉପମୁଖ୍ୟମନ୍ତ୍ରୀ ପାଇଁ ଉଭୟ ଦଳ ମଧ୍ୟରେ ବାହାରିଛି କେଁ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ଆଉ ରାଜ୍ୟରେ ରଖିବାକୁ ଚାହୁନି ବିଜେପି । ତାଙ୍କ ସ୍ଥାନରେ ବିଜେପିର ଦଳିତ ନେତା କାମେଶ୍ୱର ଚୌପାଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରିଛି । କିନ୍ତୁ ନୀତିଶ କୁମାର ବିଜେପିର ଏହି ପ୍ରସ୍ତାବରେ ରାଜି ହେଉନାହାଁନ୍ତି । ଅନ୍ୟପଟେ କୌଣସି ପରିସ୍ଥିତିରେ ସୁଶୀଲଙ୍କୁ ଛାଡିବାକୁ ଚାହୁଁ ନାହାନ୍ତି ନୀତିଶ କୁମାର । ତେବେ ଏ ସମ୍ପର୍କରେ ବିଜେପି ନେତା ଓ ନୀତିଶଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ତେବେ ଆଜି ଏହି ବୈଠକରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଯୋଗ ଦେବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular