spot_img

ବିଧାନସଭା ଅଧିବେଶନ ପୂର୍ବରୁ ୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଶ୍ନକାଳ ରହିବ କି ନାହଁ  ସେନେଇ ଆଲୋଚନା ହେବ । ଏହାସହ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ  ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ ।  ଏହା ଡିସେମ୍ବର ୩୧ ଯାଏଁ ଚାଲିବ  ।ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular