ବରଗଡ : ଶନିବାର ରାତ୍ରରେ ବରଗଡ ସହରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ପ୍ରାଣ ହରାଇଛନ୍ତି ।
ସୂଚନାନୁସାରେ, ଶନିବାର ବରଗଡବାସୀ ଦୀପାବଳି ପାଳନ କରୁଥିଲେ । ତେବେ ଏହି ସମୟରେ ସହରରେ ଏକ ଦୁଃଖଦ ଘଟଣା ଘଟିଥିଲା । ରାତି ପ୍ରାୟ ୧୦ଟା ବେଳେ ୩ଜଣ ଯୁବକ ବରଗଡରୁ ବରପାଲି ଅଭିମୁଖେ ଯାତ୍ରା କରୁଥିଲେ । ତେବେ ରାସ୍ତାରେ ଏକ ଟ୍ରକ୍ ଅଟୋଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0