ନୂଆଦିଲ୍ଲୀ: ଆସନ୍ତା କାଲି ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ଶପଥ ନେବେ ନୀତୀଶ କୁମାର । ଏନେଇ ଆଜି ଏନଡିଏ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ହୋଇଛି । ଏ ବାବଦରେ ନିଜେ ନୀତୀଶ କୁମାର ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସୂଚନାଅନୁସାରେ, ରାଜ୍ୟରେ ସରକାର ଗଠନ ନେଇ ଏନ୍ଡିଏ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ସେହି ଦୃଷ୍ଟିରୁ ରାଜ୍ୟପାଳ ସରକାର ଗଠନ ପାଇଁ ଏନ୍ଡିଏକୁ ଆମନ୍ତ୍ରଣ କରିବେ। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ବିଜେପି ୭୪, ଜେ.ଡି.ୟୁ. ୪୩, ହିନ୍ଦୁସ୍ତାନୀ ଆମ୍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍ସାନ୍ ପାର୍ଟି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟ ଜଣେ ସ୍ୱାଧୀନ ସଦସ୍ୟ ସୁମିତ୍ ସିଂହ ମଧ୍ୟ ଏନ୍ଡିଏକୁ ସମର୍ଥନ ନେଇ ଘୋଷଣା କରିଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0