ଭୁବନେଶ୍ଵର : ନଭେମ୍ବର ମାସରେ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଦୀର୍ଘ ତିନିରୁ ଚାରି ମାସ ହେବ କରୋନାର ହଟ୍ସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ଵରରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାର ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ହ୍ରାସ ପାଇବା ଡାକ୍ତରୀ ଦଳକୁ ଆଶ୍ଵସ୍ତି କରିଛି
ଏହି କ୍ରମରେ ଗତ ୨୪ ଘଣ୍ଟାରେ ୫୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପି ୩୦,୧୨୭ରେ ପହଞ୍ଚିଛି।। ଅପରପକ୍ଷେ ୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ(ବିଏମସି) ଟ୍ଵିଟ୍ କରି ଶନିବାର ଏହାର ସୂଚନା ଦେଇଛି।
ସେହିପରି ବିଏମସି ଅନୁଯାୟୀ ନୂତନ ଚିହ୍ନଟ ୫୭ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧ ଠାବ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ୪୬ ରହିଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୧୨୭କୁ ବୃଦ୍ଧି ଘଟିଛି। ଅନ୍ୟପଟେ ସୁସ୍ଥ ସଂଖ୍ୟା ୨୯୨୨୦ରେ ପହଞ୍ଚିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୬ରେ ପହଞ୍ଚିଛି। ସକ୍ରିୟ କେସ୍ ସଂଖ୍ୟା ୬୯୦ ରହିଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0