ନୂଆଦିଲ୍ଲୀ: ଦିଲ୍ଲୀରେ ବଢିଛି ପୁଣି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୩୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଦିଲ୍ଲୀରେ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ ଗୃହମନ୍ତ୍ରୀ ଅମିତ ଶାହ । ଏ ନେଇ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ଶ୍ରୀ ଶାହ । ଗତ ବୁଧବାର ଦିଲ୍ଲୀରେ ମୋଟ ୮ ହଜାର ୫୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ସର୍ବାଧିକ ଦିନକିଆ ସଂକ୍ରମଣ ଥିଲା । ସେ ଦିନ ମଧ୍ୟ ୮୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ନଭେମ୍ୱର ୧୨ ତାରିଖରେ ମୃତ୍ୟୁ ସଂଖ୍ୟା ଥିଲା ୧୦୪ । ଯାହା ପାଞ୍ଚ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0