ପୁରୀ : ପୁରୀ ସମୁଦ୍ରରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଟକ ଜଗତପୁର ଅଂଚଳର ବିଜେନ୍ଦ୍ର ବାରିକ୍। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ସମୁଦ୍ରରେ ଗାଧଉଥିବାବେଳେ ସେ ବୁଡ଼ିଯାଇଥିଲେ ।
ଖବର ଅନୁଯାୟୀ, ପୁରୀ ଦିଗବାରେଣୀ ଛକ ସମ୍ମୁଖ ବେଳାଭୂମିରେ ସାଙ୍ଗ ମାନଙ୍କ ସହ ବିଜେନ୍ଦ୍ର ଗାଧେଉଥିବା ବେଳେ ହଠାତ ସେ ନିଖୋଜ ହୋଇଯାଇଥିଲେ। କିନ୍ତୁ କିଛି ସମୟ ପରେ ଖୋଜାଖୋଜି ପରେ ତାଙ୍କ ମୃତଦେହ ପୁରୀ ହୋଟେଲ୍ ସମ୍ମୁଖ ବେଳାଭୂମିରୁ ଠାବ ହୋଇଥିଲା। ସେହିପରି କିଛି ଦିନ ତଳେ ପୁରୀ ସମୁଦ୍ରକୂଳରେ ଜଣେ ପର୍ଯ୍ୟଟକ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇଥିଲେ । ବହୁ ଖୋଜା ଖୋଜ ପରେ ବି କୌଣସି ପତ୍ତା ମିଳିଥିଲା । ତାପର ଦିନ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଥିଲା ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0