ମାଲକାନଗିରି : ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳାବାସୀଙ୍କ ସହ କଥା ହେବେ। ଭିଡିଓ କନପରେନସିଂ ଜରିଆରେ ପୂର୍ବାହ୍ନ ୧୧ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଞ୍ଚଳର ବିକାଶ ନେଇ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହାସହିତ ୯ଟି ପଞ୍ଚାୟତର ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଲେଖାଏଁ ୪ଜି ମୋବାଇଲ ବଣ୍ଟନ କାର୍ୟ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କେତେ ସଫଳ ହୋଇଛି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସହ କଥା ହେବେ ବୋଲି ଜଣାପଡ଼ିଛି। ସ୍ବାଭିମାନ ଅଞ୍ଚଳରେ ଭାରତୀୟ ଏୟାରଟେଲ ପକ୍ଷରୁ ୪ଜି ଟାୱାର ପ୍ରତିଷ୍ଠା କରାଯାଇଛି। ଏହାସହିତ ସାମାଜିକ ଓ ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାର ସ୍ବାଭିମାନ ଅଞ୍ଚଳର ପ୍ରତ୍ୟେକ ପରିବାରକୁ ମୋବାଇଲ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ସେମାନଙ୍କ ପିଲାମାନେ ଅନଲାଇନରେ ପାଠପଢ଼ିବାରେ ସୁବିଧା ହେବା ସହ ସରକାରଙ୍କ ସାଧାରଣ ସେବା ଲୋକଙ୍କୁ ମିଳିପାରିବ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0