ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଏବଂ ବାଇକ ଜବତ କରିଛି l ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନ ରେ ଏସ.ଆଇ ବିଜୟ ମଲ୍ଲିକ,ପ୍ରସନ୍ନ ଜେନା ଏବଂ ରାଜକିଶୋର ବେହେରା ମିଳିତ ଭାବେ ଏହି କାର୍ଯ୍ୟ କରିଛନ୍ତି। ପଲଟନ ପଡିଆ ଟିକିରାଇ ମନ୍ଦିର ସମ୍ମୁଖରେ ଥିବା ବିଲ ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ପୋଲିସ ଚାରି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫୮୦୦ ନଗଦ ଟଙ୍କା, ଗୋଟେ ବାଇକ, ୩ ଗୋଟି ମୋବାଇଲ ଏବଂ ତାସ ପାଲି ଜବତ କରିଛି l ସମସ୍ତ ଅଭିଯୁକ୍ତଙ୍କୁ ବାଣପୁର ପୋଲିସ କେସ ନମ୍ବର ୩୫୪/୨୦ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରିଥିବାର ସୂଚନା ମିଳିଛି l



Visitors Today : 0
Total Visitors : 130210
Total Views : 9891678
Visitors Online Now : 0