ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର । ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଜେଡ଼ିୟୁ ଅଧ୍ୟକ୍ଷ ନୀତୀଶ କୁମାର । ସେହିପରିଭାବେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତାରକିଶୋର ପ୍ରସାଦ । ରେଣୁ ଦେବୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଫଗୁ ଚୌହାନ । ଏଥିସହ ନୀତିଶ ରାଜ୍ୟର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜଭବନରେ ଆୟୋଜିତ ଶପଥ ସମାରୋହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଅଛନ୍ତି। ପୂର୍ବ ନିର୍ଦ୍ଧାରିତ ୪ଟା ୩୦ରେ ଶପଥ ସମାରୋହ ଆୟୋଜନ ହୋଇଛି। ନୀତିଶ କୁମାରଙ୍କ ସହ ୧୪ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଛନ୍ତି। ଶପଥ ସମାରୋହକୁ ଆରଜେଡି ଓ କଂଗ୍ରେସ ବହିଷ୍କାର କରିଛନ୍ତି।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0