ତୁଟୁନି ଜମି ବିବାଦ। ଓଡିଶାର ଲୋକଙ୍କ ଉପରେ ଦାଦାଗିରି ଦେଖାଉଛନ୍ତି ଆନ୍ଧ୍ରବାସୀ। ଜମି ଅଧିକାରକୁ ନେଇ ତୁଟୁନି ଆନ୍ଧ୍ର ଓଡିଶା ସୀମାବିବାଦ। ଦିନକୁ ଦିନ ସ୍ଥିତି ସଙ୍ଗୀନ ହୋଇ ଚାଲିଛି କିନ୍ତୁ ତୁଟୁନି ବିବାଦ। ଓଡିଶାର ଜମିକୁ ଜୋରଜବରଦସ୍ତ କରିବାକୁ ଚାହୁଁଛନ୍ତି ଆନ୍ଧ୍ରବାସୀ। ରାଲି କରି ଓଡିଶା ସରକାରଙ୍କ ଉପରେ ବି ଖୁବ୍ ବର୍ଷିଲେ ଆନ୍ଧ୍ରବାସୀ।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲର ସମ୍ବାଇ ପଞ୍ଚାୟତର ସୁନାବେଡା ଗ୍ରାମ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି। ସୁନାବେଡା ଓ ବଡ ଡେକାପାଡୁ ଗ୍ରାମର ଲୋକଙ୍କ ଜମିକୁ ପଡୋଶି ଆନ୍ଧ୍ର ଲୋକେ ନିଜର କହି ମାଡିବସିଛନ୍ତି। ଜମିର ଅଧିକାରକୁ ନେଇ ତୁଟୁନି ଆନ୍ଧ୍ର ଓଡ଼ିଶାର ସୀମାବିବାଦ। ଦିନକୁ ଦିନ ଜୋର ଧରିବାରେ ଲାଗିଛି ସୀମାବିବାଦ। ଆନ୍ଧ୍ରର ସୀମାନ୍ତ ୪ ଖଣ୍ଡ ଗ୍ରାମର ଲୋକଙ୍କ ସହ କିଛି ରାଜନେତା, ଆରଆଇ ପ୍ରମୁଖ ସୀମାକୁ ଆସି ହାତରେ ଫ୍ଲାଗକାର୍ଡ ଧରି ଏକ ରାଲି କରିବା ସହିତ ଆମର ଇଞ୍ଚେ ମାଟି ମଧ୍ୟ ଛାଡ଼ିବୁନାହିଁ ବୋଲି ନାରାବାଜି ଦେବାସହ ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ। ଜମି ଦଖଲ କରିବାକୁ ଲୋକଙ୍କୁ ବଳ ଯୋଗାଉଛନ୍ତି।
ସୂଚନା ମୁତାବକ ପ୍ରାୟ ଏକ ସପ୍ତାହ ଧରି ପଟ୍ଟାଙ୍ଗି ବ୍ଲକ ସମ୍ବାଇ ଗ୍ରାମପାୟତର ସୀମାନ୍ତ ସୁନାବେଡା ଗ୍ରାମଠାରେ ସୀମାକୁ ନେଇ ଉଭୟ ସୀମା ଗ୍ରାମ ମଧ୍ୟରେ ବିବାଦ ଲାଗିରହିଥିଲା ଓ କିଛି ଦିନ ଫଳକ ପୋତା ବିବାଦ ପରେ ଆନ୍ଧ୍ର ପକ୍ଷରୁ ରାସ୍ତାରେ ପଥର ପକାଇ ଅବରୋଧ କରିଛନ୍ତି। ସମ୍ବାଇ ସରପଞ୍ଚ ଘଟଣା ସ୍ଥଳକୁ ଯାଇ ରାସ୍ତାରୁ ପଥର ହଟେଇବାକୁ ଚେଷ୍ଟା କରିଥିଲେ ହେ ଖବରପାଇ ଆନ୍ଧ୍ର ପକ୍ଷରୁ କିଛି ଲୋକ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୀବ୍ର ବିରୋଧ କରିଥିଲେ। ଏହାପରେ ସରପଞ୍ଚ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0