କୋରାପୁଟ: କୋରାପୁଟ ଜିଲ୍ଲାରେ କୋଟପାଡ ବିଜ୍ଞାପିତ ପରିଷଦ ଅଞ୍ଚଳ ଏକ ଅଭିନବ ପ୍ରୟାସ କରିଛି । ପ୍ରଥମ କରି ସହରରେ ଆବର୍ଜନା ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଛି । ଏହି ଗାଡିର ଚାଳକ ମଧ୍ୟ ଜଣେ ମହିଳା ରହିବେ ଓ ଏହି କାର୍ଯ୍ୟରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସାମିଲ କରାଯିବ । ତେବେ ଗାଡି ଚାଳକମାନଙ୍କୁ ପ୍ରଥମେ ଏନେଇ ପ୍ରଶିକ୍ଷଣ ଦିଆଯିବ ।
ପ୍ରଶିକ୍ଷଣ ନେଇ ସାରିବା ପରେ ଉକ୍ତ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ସହାୟକରେ ସଫେଇ କାର୍ଯ୍ୟ ହେବ । ପ୍ରତ୍ୟହ ଏହି ଗାଡ଼ି ପ୍ରତି ୱାର୍ଡରେ ପହଞ୍ଚି ଆବର୍ଜନା ସଂଗ୍ରହ କରିବେ । ତେବେ ଆଜି ଏହି ଗାଡ଼ିର ଉଦଘାଟନ ହୋଇଛି । ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ଗାଡ଼ିକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ ଯୋଗ ଦେଇଥିଲେ ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0