ଦିଲ୍ଲୀ : ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ଦୁଇ ଜଣ ଯାକ କାଶ୍ମୀରର ହୋଇଥିବା ସୂଚନା ମିଳିଛି । ଆକ୍ରମଣ ପରେ ପିଓକେ ପଳାଇଯିବାକୁ ଯୋଜନା କରିଥିଲେ । ମାତ୍ର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆତଙ୍କବାଦୀ ଆକ୍ରମଣ ଯୋଜନା ଉଦ୍ୟମକୁ ବିଫଳ କରିଛି । ଜୈଶ୍ ଏ ମହମ୍ମଦର ୨ ଆତଙ୍କବାଦୀଙ୍କୁ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ବିସ୍ଫୋରକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଉଭୟ ଆତଙ୍କବାଦୀଙ୍କୁ ଜେରା କରୁଛି ପୋଲିସ । ପଚରାଉଚରା ବେଳେ ଜଣାପଡିଛି ଯେ, ଦୁଇଜଣ ଆତଙ୍କବାଦୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ । ଏମାନଙ୍କ ଟାର୍ଗେଟରେ ଅନେକ ଭିଆଇପି ଥିଲେ । ଦିଲ୍ଲୀରେ ବଡ ବିସ୍ଫୋରଣ ପାଇଁ ବି ଯୋଜନାରେ ଥିଲେ । ଜଣେ ଆତଙ୍କବାଦୀ କାଶ୍ମୀରର ପୁଲୱାମାରେ ହୋଇଥିବା ବେଳେ ଅନ୍ୟ ଜଣେ କୁପୱାରରେ ହୋଇଥିବା ସୂଚନା ମିଳିଛି । ସୋସିଆଲ ମିଡିଆ ଜରିଆରେ ଏମାନେ ଆତଙ୍ଗବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ । ଅନେକ ଥର ପାକିସ୍ତାନ ଯିବା ପାଇଁ ସୀମାପାର ଉଦ୍ୟମ କରିଥିବା ବି ଜଣାପଡିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0