spot_img

କରୋନା ଭାକ୍ସସିନ ମହାମାରୀକୁ ରୋକିବା ପାଇଁ ଯଥେଷ୍ଟ ନୁହେଁ: WHO ମୁଖ୍ୟ

ଜେନେଭା: କେବଳ କୋଭିଡ ଭାକ୍ସସିନ କରୋନା ମହାମାରୀକୁ ରୋକିବାରେ ସମର୍ଥ ହୋଇପାରିବ ନାହିଁ । ଏପରି ଟିପଣି ଦେଇ ଚର୍ଚ୍ଚାରେ ଅଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିଦେ୍ର୍ଦଶକ ଟେଡ୍ରୋସ ଆଡେନୋମ ଗେବ୍ରେସିସ । କରୋନା ମାମଲା ଆସିବା ପରଠାରୁ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଖ୍ୟା ବଢିବାରେ ଲାଗଛି । ତେବେ ୫ କୋଟି ୪୦ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ପ୍ରାୟ ୧୩ ଲକ୍ଷ ଲୋକଙ୍କର କରୋନାରେ ମୃତୁ୍ୟ ଘଟିଛି । କରୋନା ଟୀକା କରୋନା ସଂକ୍ରମଣ ରୋକିବାରେ କେବଳ ସହାୟତା ହୋଇପାରେ, ମାତ୍ର ଏହାକୁ ବଦଳାଇ ପାରିବ ନାହିଁ । ଟେଡୋସ କହିଛନ୍ତି, ପ୍ରାରମ୍ଭରେ ଟିକା ଯୋଗାଣ ଜନସାଧାରଣଙଙ୍କ ପାଇଁ ସୀମିତ ରହିବ କାରଣ ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ କର୍ମୀ, ବୃଦ୍ଧ ଏବଂ ସର୍ବାଧିକ ବିପଦ ଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ । ଏହା ମୃତୁ୍ୟ ହାର ହ୍ରାସ କରିବ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular