ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ମାଛ ଧରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ୮ଜଣ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ଧରିଥିବା ବେଳେ ସେମାନଙ୍କର ଟ୍ରଲରକୁ ବି ଜବତ କରାଯାଇଛି। ସେମାନଙ୍କଠାରୁ ୨୫୯ କିଲୋଗ୍ରାମ ମାଛ ମଧ୍ୟ ଜବତ ହୋଇଥିବା ଜଣାଯାଇଛି। ଅଲିଭ ରିଡଲେ କଇଁଛମାନଙ୍କ ପ୍ରଜନନ ଋତୁ ହେତୁ ଏହି ଅଞ୍ଚଳରେ ମାଛ ଧରିବାକୁ ବାରଣ କରାଯାଇଛି। ନଭେମ୍ବର ୧ ତାରିଖରୁ ମେ ୩୧ ତାରିଖ ଯାଏ ଏହି ନିୟମ ଲାଗୁ ହୋଇଛି। କିନ୍ତୁ ଆନ୍ଧ୍ର ପ୍ରଦେଶର ୮ଜଣ ମତ୍ସ୍ୟଜୀବୀ ଏହି ନିୟମକୁ ଭାଙ୍ଗି ମାଛ ଧରୁଥିଲେ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0