ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବା ଜଣାପଡ଼ିଛି। କିନ୍ତୁ ରାଜ୍ୟର ଅବଶିଷ୍ଟ ସ୍ଥାନର ରାତ୍ରି ତାପମାତ୍ରାରେ କୌଣସି ବୃଦ୍ଧି ପରିଲକ୍ଷିତ ହୋଇନାହିଁ। ଅନ୍ୟପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିଛି। ତେବେ ବଙ୍ଗୋପସାଗରରୁ ଉଷ୍ମ ଜଳୀୟ ପ୍ରସବଣ ବାୟୁର ପ୍ରବାହ ଫଳରେ ଆସନ୍ତା ୩ରୁ ୪ ଦିନ ଭିତରେ ଓଡ଼ିଶାର କେତେକ ସ୍ଥାନର ରାତ୍ରି ତାପମାତ୍ରା ବଢ଼ିପାରେ। ଫଳରେ ଆସନ୍ତା ୪ ଦିନରେ ଶୀତ ବଢ଼ିବ ନାହିଁ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0