କଣ୍ଟାବାଞ୍ଜି : ରେଳ ଲାଇନ ନିକଟରୁ ଅଜଣା ମୃତଦେହ ଠାବ ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାମନଗର ପଡ଼ା ପାଖ ରେଳ ଲାଇନ ନିକଟରୁ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି ।ବର୍ତ୍ତମାନ ସୁଦ୍ଧା ବୃଦ୍ଧଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଆଜି ସକାଳ ସମୟରେ ରେଳ ଲାଇନ ପାଖରେ ଜଣେ ବୃଦ୍ଧଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କଣ୍ଟାବାଞ୍ଜି ଓ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇବ । ତେବ ବୃଦ୍ଧଙ୍କ ବୟସ ପାଖାପାଖୀ ୭୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ସେ କାହିକିଁ ରେଳ ଲାଇନ ପାଖକୁ ଆସିଥିଲେ । କିପରି ତାଙ୍କର ମୃତ୍ୟୁ ହେଲେ, ଏପରି ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ପୋଲିସ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0