ନାଲକୋ ନଗର: ଅନୁଗୁଳ ଜିଲ୍ଲାର ନାଲକୋ କାରଖାନା ପରିସରରେ ଆଜି ସକାଳ ୧୦ ଘଟିକା ସମୟରେ ଏକ ଅଘଟଣ ଘଟିଛି। ୯୦ ଫୁଟ ଉପରେ ରହି କାମ କରୁଥିବା ବେଳେ ତଳକୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ସକାଳେ ତୁଳସୀପାଳ ଗ୍ରାମର ଅକ୍ଷୟ ଦେହୁରୀ ସ୍ମଲଟର ପ୍ଲାଣ୍ଟ ଆରପିଓ ସିଭିଲ ବିଭାଗର ୯୦ଫୁଟ ଉଚ୍ଚତା ଆଜବେଷ୍ଟ ଛପର କରୁଥିବା ବେଳେ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ଅକ୍ଷୟଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପରିବାର ଲୋକ ନାଲକୋ ପ୍ଲାଣ୍ଟ ସମ୍ମୁଖରେ କ୍ଷତିପୂରଣ ପାଇଁ ଧାରଣା ଦେଇଛନ୍ତି। କ୍ଷତିପୂରଣ ରାଶି ଓ ପରିବାରର ଜଣଙ୍କୁ ନିଯୁକ୍ତି ପାଇଁ ପରିବାର ଲୋକେ ଦାବି କରିଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0