ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କୁରେଶି ତୃତୀୟ ଥର ପାଇଁ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର୍ ଆକ୍ସେସ୍ ଦେଇଛି। କୌଣସି ପାକିସ୍ତାନୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ଯାଦବଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଛି ।
ଭାରତ ଗତକାଲି ପାକିତ୍ତାନ କୁଳଭୂଷଣ ଯାଦବଙ୍କୁ କଟକଣା ମୁକ୍ତ, ଅବାଧ ଓ ନିଃସର୍ତ୍ତ ଆକ୍ସେସ୍ ପ୍ରଦାନ ନ କରି ଆନ୍ତର୍ଜାତିକ ଟ୍ରାଇବୁନାଲଙ୍କ ରାୟ ଅମାନ୍ୟ କରୁଥିବା ଦୋଷାରୋପ କରିଥିଲା। ଏହାସହ କୁଳଭୂଷଣ ଚାପଗ୍ରସ୍ତ ହୋଇଥିବା ଭଳି ଜଣାପଡୁଥିବା କୁହାଯାିଥିଲା। ଏହାର ଦିନକ ପରେ ପାକିସ୍ତାନ କୁଳଭୂଷଣଙ୍କୁ କନ୍ସୁଲାର୍ ଆକ୍ସେସ୍ ପ୍ରଦାନ କରିଛି।
ବୈଦେଶିକ ବ୍ୟାପାର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, କୁଳଭୂଷଣଙ୍କୁ ଭେଟିବାକୁ ଶୁକ୍ରବାର ଦିନ ଭାରତୀୟ ହାଇକମିସନ୍ର ଦୁଇ ଜଣ ଭାରତୀୟ ଅଧିକାରୀଙ୍କୁ ଅନୁମତି ମଳିଥିଲା। ଏହି ଅନୁମତି ବା କନ୍ସୁଲାର୍ ଆକ୍ସେସର କୌଣସି ଗୁରୁତ୍ବ ଓ ବିଶ୍ବସନୀୟତା ନ ଥିବା କହି ସେମାନେ ପ୍ରତିବାଦ କରିଥିଲେ।
ପରେ ଭାରତ ସହ ବ୍ୟାପକ ଆଲୋଚନା ପରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର୍ ଆକ୍ସେସ୍ ପ୍ରଦାନ କରିଥିଲା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0