ଭାରତୀୟ ଖାଦ୍ୟରେ ତେଲର ଭୂମିକା ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ୟ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର ସ୍ବାଦ ଏବଂ ବାସ୍ନା ବଢ଼ାଇଥାଏ। ଅନେକଙ୍କ ଘରେ ଥରେ ବ୍ୟବହୃତ ତେଲ ବଳିଗଲେ ତାକୁ ବାରମ୍ବାର ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି, ବଳକା ତେଲର ପୁନଃଉପଯୋଗ ସ୍ବାସ୍ଥ୍ୟ ପାଇଁ କେତେ ବିପଜ୍ଜନକ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯଦି ତେଲରେ ଥରେ କୌଣସି ଜିନିଷ ଫ୍ରାଏ କରିଦିଆଯାଏ, ତେବେ ତାକୁ ଅନ୍ୟ ବ୍ୟଞ୍ଜନରେ ବ୍ୟବହାର ଦ୍ୱାରା ପ୍ରି ରାଡିକାଲ୍ସ ଜନ୍ମ ନେଇଥାଏ। ଏହାଦ୍ୱାରା ଶରୀରରେ ଜ୍ୱଳନ, ଗ୍ୟାଷ୍ଟ୍ରିକ୍ ସାଙ୍ଗକୁ ଆହୁରି ଅନେକ ରୋଗ ଉପତ୍ନ୍ନ ହୁଏ। ଏହି ପ୍ରି ରାଡିକାଲ୍ସ ଶରୀରର ସୁସ୍ଥ କୋଷିକା ସହ ନିଜକୁ ଯୋଡ଼ିଦିଏ। ଏଥିରୁ ଅନେକ ସମୟରେ କ୍ୟାନସର୍ ଉପତ୍ନ୍ନ ହୋଇଥାଏ। ଏହାଛଡ଼ା ଶରୀରରେ ଖରାପ କୋଲେଷ୍ଟୋରଲ୍ ଜନ୍ମ ନେଇଥାଏ, ଯାହାଦ୍ୱାରା ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ। ଯଦି ବଳକା ତେଲର ଉପଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ଥଣ୍ଡା ହେବା ପରେ ଏୟାର୍ଟାଇଟ୍ ଡବାରେ ବନ୍ଦ କରି କିଛିସମୟ ରଖିଦିଅନ୍ତୁ। ଏହାଦ୍ୱାରା ତେଲରେ ଥିବା ଫୁଡ୍ ପାର୍ଟିକିଲ୍ସ ବାହାରିଯାଏ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0