spot_img

ସ୍ୱାଭିମାନ ଅଂଚଳବାସୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଂଚଳବାସୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସହିତ ସିଧାସଳଖ ଫୋନ ଯୋଗେ କଥା ହୋଇ ଅଂଚଳରେ ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟମ.ନ୍ତ୍ରୀ । ଏଥିସହିତ ୯ଟି ପଂଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଫୋର-ଜି ମୋବାଇଲ ଫୋନ ବଂଟନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବାଲିମେଳା ଜଳ ଭଣ୍ଡାର ଆରପଟେ ଥିବା ୯ଟି ପଂଚାୟତକୁ ବିଚ୍ଛିନ୍ନାଂଚଳ କୁହାଯାଉ ଥିବାବେଳେ ଏଠାକାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ଅନେକ କାର୍ୟ୍ୟକ୍ରମ ଆରମ୍ଭ କରିଥିଲେ । ତେଣୁ ଏସବୁ ଜନକଲ୍ୟାଣକାରୀ ଯୋଜନାଗୁଡିକ କେତେ ସଫଳ ହୋଇଛି, ସେନେଇ ଲୋକଙ୍କ ସହ ସିଧାସଳଖ କଥାହୋଇ ସମୀକ୍ଷା କରିଛନ୍ତି ନବୀନ । ଏଥିସହ ସ୍ୱାଭିମାନ ଅଂଚଳରେ ଭାରତୀ ଏୟାରଟେଲ ପକ୍ଷରୁ ୪-ଜି ଟାୱାର ସ୍ଥାପନ କରାଯାଇଛି । ତେଣୁ ୪-ଜି ସେବା ଆରମ୍ଭ ହୋଇଥିବାବେଳେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଂଚାଇବାକୁ ସରକାର ୯ଟି ପଂଚାୟତର ପ୍ରତ୍ୟେକ ଲୋକଙ୍କୁ ମୋବାଇଲ ଫୋନ ବଂଟନ କରିବାକୁ ନିଷ୍ପତି କରିଛନ୍ତି । ଏଠାରେ ଆଉ ୩ଟି ମୋବାଇଲ ଟାୱାରର ଯୋଜନା ରହିଛି । ଯାହାଫଳରେ ପିଲାମାନଙ୍କ ପାଠପଢାରେ ସୁବିଧା ହେବ । ୪୧୯ଟି ଡିପ ବାରୋୱେଲ କରି ୧୭୦୦ ହେକ୍ଟର ଜମିକୁ ପାଣି ମିଳିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular