ଓଡ଼ପଡ଼ା: ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ୫୫ନମ୍ବର ଜାତୀୟ ରାଜପଥ ଗଉଡ଼ କାଟେଣି ଛକ ନିକଟରେ ଆଜି ଏକ ଟ୍ରକ ଜଣେ ବାଇକ ଚାଳକଙ୍କୁ ଚାପି ଦେଇଛି। ଘଟଣାସ୍ଥଳରେ ପୁରୀ ଜିଲ୍ଲାର ଜଗନ୍ନାଥ ଦାସ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ଜଗନ୍ନାଥ ଜଣେ ଖେଳ ଶିକ୍ଷକ ବୋଲି ଜଣାପଡ଼ିଛି। ଆଜି ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଜଗନ୍ନାଥ ତାଳଚେର ଅଂଚଳର ଏକ ଡିଏଭି ସ୍କୁଲରେ ଶିକ୍ଷକ ଥିଲେ। ବାଇକ ଯୋଗେ ସେ ତାଳଚେରରୁ ଢେଙ୍କାନାଳ ଆଡ଼କୁ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା। ଟ୍ରକର ଆଗ ଚକ ତଳେ ହିଁ ଜଗନ୍ନାଥଙ୍କ ଜୀବନ ଯାଇଛି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0