spot_img

Gmail ଆକାଉଣ୍ଟ ବନ୍ଦ କରିପାରେ ଗୁଗୁଲ

ନୂଆଦିଲ୍ଲୀ: ଚଳିତ ବର୍ଷ ନୂଆ ପଲିସି ଆଣିଛି ଗୁଗୁଲ । ଏହି ନୂଆ ପଲିସି ଅନୁସାରେ ଗୁଗୁଲ ଜିମେଲ ଆକାଉଣ୍ଟ ବନ୍ଦ କରିଦେଇପାରେ । ତେବେ ନିଜର ଜିମେଲ ଆକାଉଣ୍ଟ କୁ ସୁରକ୍ଷିତ ରଖିବାକୁ ହେଲେ ନୂଆ ନିୟମ ବିଷୟରେ ଜାଣିବା ଜରୁରୀ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ନୂତନ ପଲିସି ଅନୁସାରେ ଯଦି ଜଣେ ୟୁଜରଙ୍କ ଜିମେଲ ଆକାଉଣ୍ଟ ଦୁଇ ବର୍ଷ ନିଷ୍କ୍ରିୟ ରହିଲେ ତେବେ କମ୍ପାନୀ ପକ୍ଷରୁ ଏହି ଆକାଉଣ୍ଟକୁ ହଟାଇଦେବ ଗୁଗୁଲ । ତେବେ ନିଷ୍କ୍ରିୟ କରିବା ପୂର୍ବରୁ ଗୁଗୁଲ ୟୁଜର୍ସଙ୍କୁ ସୂଚନା ଦେବ । ଯାହା ଫଳରେ ଜଣେ ୟୁଜର ଚାହିଁଲେ ନିଜର ଆକାଉଣ୍ଟକୁ ବନ୍ଦ ହେବାରୁ ରକ୍ଷା କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular