ଖଲ୍ଲିକୋଟ : ଏଟିଏମରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ଦୁଇ ଅପରାଧୀ ଗିରଫ । ବିଭିନ୍ନ ଏଟିଏରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ କରିବା ବାହାନାରେ ଲୁଟୁଥିବା ଦୁଇ ଅପରାଧୀ ଗଞ୍ଜାମ ପୋଲିସ ହାତରେ ଧରାପଡିଛନ୍ତି । ସେମାନେ ପ୍ରାୟ ୧୯ଟି ଏଟିଏମ ଠକେଇ ମାମଲାରେ ଜଡିତ ଥିବା ଜଣାପଡିଛି । ସେମାନଙ୍କ ନିକଟରୁ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଥିବା ୧୦ଟି ଏଟିଏମ୍ କାର୍ଡ, ଗୋଟିଏ ବାଇକ୍, ଗୋଟିଏ ସ୍କୁଟି ଏବଂ ୩ଟି ମୋବାଇଲ ଜବତ କରିଛି । ଏହାଛଡା ଏମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୭୦ ହଜାର ଓ ଗୋଟିଏ ସୁନା ମୁଦି ଜବତ ହୋଇଛି ।
ଗତ ସେପ୍ଟେମ୍ବର ମାସ ୨୫ ତାରିଖରେ ହଂସପୁର ଗ୍ରାମ ବଡସାହି ବାସିନ୍ଦା ନିତାଇ ପ୍ରଧାନ ବଡ଼ମାଧପୁର ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗଜପତି ଜିଲ୍ଲା ମୋହନା ବସଷ୍ଟାଣ୍ଡ ନିବାସୀ ସୀମାଞ୍ଚଳ ସାହୁ ଓରଫ ଚେରୁ ଚଞ୍ଚକତା କରି ନିତାଇଙ୍କ ଏଟିଏମ୍ କାର୍ଡଟି ବଦଳାଇ ଦେଇଥିଲେ । ପରେ ୭ ତାରିଖ ଦିନ ନିତାଇ ପୁଣି ଟଙ୍କା ବାହାର କରିବାବେଳେ ଟଙ୍କା ନ ବାହାରିବାରୁ ଛତ୍ରପୁର ସ୍ଥିତ ଷ୍ଟେଟବ୍ୟାଙ୍କରେ ଯୋଗାଯୋଗ କରି କାର୍ଡଟି ବଦଳି ଯାଇଥିବା ଏବଂ ତାଙ୍କ ଆକାଉଣ୍ଟରୁ ତାଙ୍କରି ଏଟିଏମ କାର୍ଡ ବ୍ୟବହାର କରି ୬ ଲକ୍ଷରୁ ଅଧିକ ଟଙ୍କା ବାହାର କରାଯାଇଥିବା ଜାଣିପାରିଥିଲେ । ଏନେଇ ନିତାଇ ଅକ୍ଟୋବର ମାସ ୧୦ ତାରିଖରେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0