ଅନୁଗୋଳ : ତାଳଚେର MCL ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି କରୁଥିବା ବେଳେ ୬ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ ୫୦୦ ଲିଟର ଡିଜେଲ ସହ ଚୋରି ପାଇଁ ବ୍ୟବହୃତ ୩ଟି ବଲେରୋ ଜବତ କରିଛି। କୋଇଲା ଖଣିରେ ବ୍ୟବହୃତ ବିଭିନ୍ନ ଡିଜେଲ ଚାଳିତ ଗାଡ଼ିରୁ ଯୋଜନାବଦ୍ଧ ଭାବେ ଫିଜେଲ୍ ମାଫିଆମାନେ ତେଲ ଚୋରି କରିଆସୁଥିବା ଅଭିଯୋଗ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ସୋମବାର ସକାଳରେ ଲିଙ୍ଗରାଜ ଖଣିର ପ୍ରକଳ୍ପ ଅଧିକାରୀ ଅଜୟ ଦେହୁରୀ ଓ ସିକ୍ୟୁରିଟି କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ତେଲ ସହ ଗାଡି ଜବତ କରିଥିଲେ। ଏଥିସହ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ୍ ଜିମା ଦେଇଛନ୍ତି।
ତାଳଚେର ଥାନାରେ ଏ ସଂକ୍ରାନ୍ତରେ ଏକ ମକଦ୍ଦମା ରୁଜୁ ହେବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତମାନେ ପରଜଙ୍ଗ ଥାନା ଅଞ୍ଚଳର। ସେମାନେ ହେଲେ ଅଦେଇତ ବେହେରା, ଜିତେନ୍ଦ୍ର ସାହୁ, ସର୍ବେଶ୍ୱର ବିଶ୍ୱାଳ,ଶିଶିର ମାଝୀ,ରଂଜନ ସାହୁ ଓ ପିଙ୍କୁ ରାଉତ।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0