ୱାଶିଂଟନ: ନିକଟରେ ପ୍ରକାଶିତ ହୋଇଥିବା ବୁକ୍ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ଏବେ ଚର୍ଚ୍ଚାରେ । ପୁସ୍ତକଟି ଲେଖିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ପୁସ୍ତକରେ ସେ କୁଖ୍ୟାତ ଆତଙ୍ଗବାଦୀ ଲାଦେନ ଠାରୁ ଭାରତୀୟ ରାଜନୀତିର ହସ୍ତି ମାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ତେବେ ଏଥିରୁ ବାଦ ପଡି ନାହାଁନ୍ତି ଭାରତର ଦୁଇଟି ବୃହତ ରାଜନୈତକ ଦଳ ବିଜେପି ଓ କଂଗ୍ରେସ । ପୂର୍ବତନ ରାଷ୍ଟ୍ରପତି ଓବାମା ତାଙ୍କ ପୁସ୍ତକର ୫୦୦ ପୃଷ୍ଠା କେବଳ ତାଙ୍କ ରାଜନୈତିକ ଅଭିଜ୍ଞତା ଉପରେ ଉଲ୍ଲେଖ କରିଛନ୍ତି । ଯାହାକୁୁ ତାଙ୍କୁ ଶେଷ କରିବା ପାଇଁ ଗୋଟେ ବର୍ଷର ଅବଧି ଲାଗିଥିଲା । ଅନ୍ୟପଟେ ଏହି ପୁସ୍ତକରେ ତାଙ୍କ ଜୀବନର କାର୍ଯ୍ୟକଳାପ, ଘଟିଥିବା କିଛି ସ୍ମରଣୀୟ ଘଟଣା, ଏବଂ ତାଙ୍କ ଜୀବନଚର୍ଜାଙ୍କୁ ମଧ୍ୟ ସାମିଲ କରିଛନ୍ତି ସେ । ତେବେ ତାଙ୍କୁ ଏସବୁ ଉଲ୍ଲେଖ କରିବାରେ ଦୀର୍ଘ ତିନି ବର୍ଷର ପରଧି ଆବଶ୍ୟକ ପଡିଥିଲା । ଏହା ସହ ଏହି ପୁସ୍ତକରେ ୨୦୦୮ ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ତାଙ୍କର ପ୍ରଥମ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଯାତ୍ରା ବିଷୟରେ ଏକ ହିସାବ ଲେଖିଛନ୍ତି । ଓବାମାଙ୍କ ପୁସ୍ତକରେ ଭାରତର ସର୍ବଶ୍ରେଷ୍ଠ ପୁରୁଣା କଂଗ୍ରେସ ଦଳର ପୁର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସ୍ଥାନ ପାଇଛନ୍ତି । ତାଙ୍କ ବିଷୟରେ ଉଲ୍ଲେଖ ହୋଇଥିବା ଉକ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତାଙ୍କ ପୁସ୍ତକ ଅନୁସାରେ ସେ ଅବଗତ କରାଇଥିଲେ, ରାହୁଲ ଗାନ୍ଧି ଜଣେ ନରଭର୍ସ ବ୍ୟକ୍ତି, ଯଦି ସେ ଛାତ୍ର ଥାନ୍ତେ ତେବେ ସେ ତାଙ୍କ ପାଠ୍ୟକ୍ରମକୁ ନେଇ ସମସ୍ତ ଶିକ୍ଷକଙ୍କୁ ପ୍ରଭାବିତ କରିପାରିଥାନ୍ତେ । ତାଙ୍କର ଏ ଭଳି ଉଲ୍ଲେଖ ସାରା ଭାରତର ଦୃଷ୍ଟିକୁ ତାଙ୍କ ପୁସ୍ତକ ଆଡକୁ ଧ୍ୟାନ କେନ୍ଦ୍ରିଭୁତ କରିଥିଲା ।
ତେବେ ତାଙ୍କ ଦ୍ୱାରା ଳିଖିତ ଓ ସଦ୍ୟ ପ୍ରକାଶିତ ପୁସ୍ତକ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ର ଯେତିକି ପୃଷ୍ଠା ଓଲଟାଯାଉଛି ସେତିକି ବିଷୟ ଚର୍ଚ୍ଚାକୁ ଆସୁଛି । ପୂର୍ବରୁ ରାହୁଲଙ୍କୁ ନର୍ଭସ ନେତା କହିଥିବା ଓବାମା ତାଙ୍କ ପୁସ୍ତକରେ ଏହା ବି ଉଲ୍ଲେଖ କରିଛନ୍ତି କି, ମନମୋହନ ସିଂହ ଜଣେ ସଚ୍ଚୋଟ ବ୍ୟକ୍ତି । ତାଙ୍କ ପଟୁ ରାହୁଲଙ୍କ ପ୍ରତି କୌଣସି ବିପଦ ନାହିଁ । ଖାସ୍ ଏଥିପାଇଁ ଦଳ ତରଫରୁ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲା କଂଗ୍ରେସ । ସୋନିଆ ତଥା ଦଳର ଭରସା ଥିଲା କି ମନମୋହନ ସିଂ କେବେବି ଦଳର ଅଧ୍ୟକ୍ଷ ପଦ ପାଇଁ ଦାବି ରଖିବେ ନାହିଁ । ଏପରି ବାରାକ ଓବାମା ତାଙ୍କ ପୁସ୍ତକରେ ଉଲ୍ଲେଖ କରିବା ଦ୍ୱାରା ରାହୁଲ ଗାନ୍ଧି , ତାଙ୍କ ମା’ ସୋନିଆ ଗାନ୍ଧୀ ଓ ଦଳ ପାଇଁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି । କେବଳ ବାରାକ ଏତିକିରେ ରହିନାହାଁନ୍ତି । ଭାରତର ଶାସକ ଦଳ ଭାରତୀୟ ଜନତା ପାର୍ଟି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ବିଜେପି ଦେଶରେ ବିଭାଜନକାରୀ ଜାତୀୟତାବାଦର ପ୍ରଚାର ଚଳାଉଛି ବୋଲି ଓବାମା ତାଙ୍କ ପୁସ୍ତକରେ ଲେଖିଛନ୍ତି । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ହିଂସା, ଜାତିବାଦ, ଧାର୍ମିକ ଅସହିଷ୍ଣୁତା, ଦୁର୍ନୀତ ଓ ଉଗ୍ର ଜାତୀୟତାବାଦ ଜମି ରହିଛି । ତେବେ ଏହା ଖୁବ ବଳିଷ୍ଠ ବୋଲି ଓବାମା ଉଲ୍ଲେଖ କରିଛନ୍ତି । ତାଙ୍କ ନିଜସ୍ୱ ଜୀବନ ବିଷୟରେ ଉଲ୍ଲେଖ କରିଥିବା ୨୦୦ ପୃଷ୍ଠାରେ ସେ ଉଲ୍ଲେଖ କରିଛନ୍ତି, ତାଙ୍କ ମନରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଛି । କାରଣ ସେ ପିଲାଦିନେ ଇଣ୍ଡୋନେସିଆରେ ରହୁଥିବା ବେଳେ ହିନ୍ଦୁ କାହାଣୀ ରାମାୟଣ ଏବଂ ମହାଭାରତ ଶୁଣିଥିଲେ । ଭାରତ ତାଙ୍କ କଳ୍ପନାରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ । ତେବେ ଏହା ହିନ୍ଦୁ କାହାଣୀ ରାମାୟଣ ଶୁଣିବାର ପ୍ରଭାବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏଥି ସହ ମୋର ଅନ୍ୟ ଧର୍ମ ବିଷୟରେ ଜାଣିବା ଏବଂ କଲେଜ ସମୟରେ ଭାରତୀୟ ବନ୍ଧୁମାନଙ୍କ ପ୍ରତି ମୋର ଆଦର ଥିବା ଲେଖିଛନ୍ତି ଓବାମା । କେବଳ ସେତିକି ନୁହେଁ ବଲିଉଡ ଚଳଚ୍ଚିତ୍ର ପ୍ରତି ମଧ୍ୟ ତାଙ୍କର ଆଗ୍ରହ ଥିବା ଉଲ୍ଲେଖ କରିଛନ୍ତି ବାରାକ ଓବାମା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0