ୱାଶିଂଟନ: ନିକଟରେ ପ୍ରକାଶିତ ହୋଇଥିବା ବୁକ୍ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ଏବେ ଚର୍ଚ୍ଚାରେ । ପୁସ୍ତକଟି ଲେଖିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ପୁସ୍ତକରେ ସେ କୁଖ୍ୟାତ ଆତଙ୍ଗବାଦୀ ଲାଦେନ ଠାରୁ ଭାରତୀୟ ରାଜନୀତିର ହସ୍ତି ମାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ତେବେ ଏଥିରୁ ବାଦ ପଡି ନାହାଁନ୍ତି ଭାରତର ଦୁଇଟି ବୃହତ ରାଜନୈତକ ଦଳ ବିଜେପି ଓ କଂଗ୍ରେସ । ପୂର୍ବତନ ରାଷ୍ଟ୍ରପତି ଓବାମା ତାଙ୍କ ପୁସ୍ତକର ୫୦୦ ପୃଷ୍ଠା କେବଳ ତାଙ୍କ ରାଜନୈତିକ ଅଭିଜ୍ଞତା ଉପରେ ଉଲ୍ଲେଖ କରିଛନ୍ତି । ଯାହାକୁୁ ତାଙ୍କୁ ଶେଷ କରିବା ପାଇଁ ଗୋଟେ ବର୍ଷର ଅବଧି ଲାଗିଥିଲା । ଅନ୍ୟପଟେ ଏହି ପୁସ୍ତକରେ ତାଙ୍କ ଜୀବନର କାର୍ଯ୍ୟକଳାପ, ଘଟିଥିବା କିଛି ସ୍ମରଣୀୟ ଘଟଣା, ଏବଂ ତାଙ୍କ ଜୀବନଚର୍ଜାଙ୍କୁ ମଧ୍ୟ ସାମିଲ କରିଛନ୍ତି ସେ । ତେବେ ତାଙ୍କୁ ଏସବୁ ଉଲ୍ଲେଖ କରିବାରେ ଦୀର୍ଘ ତିନି ବର୍ଷର ପରଧି ଆବଶ୍ୟକ ପଡିଥିଲା । ଏହା ସହ ଏହି ପୁସ୍ତକରେ ୨୦୦୮ ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ତାଙ୍କର ପ୍ରଥମ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଯାତ୍ରା ବିଷୟରେ ଏକ ହିସାବ ଲେଖିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0