ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ହେବ । କିନ୍ତୁ ପରୀକ୍ଷା ବିଳମ୍ବିତ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସର୍ବନିମ୍ନ ୩ ମାସ ପାଠପଢା ହେବ, ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ନିଷ୍ପତ୍ତି ହୁଏ, ତେବେ ହୁଏତ ପରୀକ୍ଷା ବନ୍ଦ ହୋଇପାରେ । ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା କରିବେ ନାହିଁ । ଯଦି ପରୀକ୍ଷା ବନ୍ଦ କରାଯାଏ ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇଯିବେ । ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ଉପରେ ଆଲୋଚନା କରାଯିବ । ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । କେବଳ ଅନଲାଇନ କ୍ଲାସ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲକୁ ଯିବାକୁ ଅନୁମତି ରହିଛି । ଆନ୍ଧ୍ର ପ୍ରଦେଶରେ ସ୍କୁଲରେ କରୋନା ବ୍ୟାପିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । କରୋନା ପାଇଁ ରାଜ୍ୟରେ ୯ ମାସ ହେବ ବନ୍ଦ ରହିଛି ସ୍କୁଲ । ବର୍ତ୍ତମାନ ସ୍କୁଲ ଖୋଲିବା ନେଇ କୌଣସି ସୂଚନା ରହିନାହିଁ । ମାତ୍ର ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତିି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0