spot_img

ବସିଲା ସର୍ବ ଦଳୀୟ ବୈଠକ

ଭୁବନେଶ୍ୱର :  ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ଆଜି ବସିଛି ସର୍ବଦଳୀୟ ବୈଠକ । ବିଧାନସଭା ଶୀତ କାଳୀନ ଅଧିବେଶନ ଓ ପରିଚାଳନା କିପରି ହେବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି । ବିଶେଷ କରି ଚଳିତ ଅଧିବେଶନରେ ଗୃହରେ ପ୍ରଶ୍ନୋତ୍ତର ହେବ ନା ନାହିଁ ସେ ନେଇ ମତାମତ ନିଆଯିବ । ସେପଟେ ବିଧାନସଭା ପୂର୍ବରୁ ଆଜି ବିଧାନସଭାର ସଭ୍ୟ ଭାବେ ଶପଥ ନେଇଛନ୍ତି ୨ ନୂଆ ବିଧାୟକ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏହି ଅବସରରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ସେହିପରି ବିଧାନସଭା ପରିସରରେ କରୋନା ପରୀକ୍ଷାର ଆଜି ଦ୍ୱିତୀୟ ଦିନ । ମନ୍ତ୍ରୀ, ବିଧାୟକ , ସାମ୍ବାଦିକ ଓ ବିଧାନସଭା କର୍ମଚାରୀମାନଙ୍କର କରୋନା ଟେଷ୍ଟ ଚାଲିଛି । ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲି ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର କରୋନା ଟେଷ୍ଟ ହୋଇଥିଲା । ଏହି ଟେଷ୍ଟ ୩ ଦିନ ଧରି ଚାଲିବ । ନେଗେଟିଭ ରିପୋର୍ଟ ଧାରୀଙ୍କୁ ହିଁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ । ଏହି ଟେଷ୍ଟ ବାଧ୍ୟତାମୂଳକ ଅଟେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular