କୋରାପୁଟ: ମାଛକୁଣ୍ଡ ପୋଲିସକୁ ମିଳିଛି ପୁଣି ବଡ଼ ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ଜଣକୁ ଗିରଫ କରିଛି ପୋଲିସ । ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଗୁନେଇପଡ଼ା ଅଞ୍ଚଳରରେ ରାତ୍ରି ପାଟ୍ରୋଲିଂ କରିଥିଲେ । ପାଟ୍ରୋଲିଂ ସମୟରେ ଏନୁଗୁ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଗୁନେଇ ପଡ଼ା ନିକଟସ୍ଥ ଶିବ ମନ୍ଦିର ଛକରେ ଅଟକାଇଥିଲା ପୋଲିସ । ଟ୍ରକକୁ ଯାଞ୍ଚ କରିବା ସମୟରେ ଟ୍ରକରୁ ୧୬ଟି ବ୍ୟାଗରୁ ପ୍ରାୟ ୩୨୧ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିଲା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଥିଲା । ତେବେ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନେ ହେଲେ ରାୟପୁର ଅଞ୍ଚଳର ବିପିନ ମିଶ୍ରା ଓ ଅରୁଣ ଦୁବେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0