spot_img

ଦୂଷିତ ପାଣି ସାଜୁଛି କାଳ

ନୟାଗଡ : ଜଳ ସାଜୁଛି ଜହର । ଦୂଷିତ ପାନୀୟ ଜଳ ପିଇବା ଯୋଗୁଁ ଲୋକଙ୍କର ଜୀବନ ଯାଉଛି । ଫ୍ଲୋରାଇଡ ମିଶ୍ରିତ ଜଳ ପିଇବା ଯୋଗୁଁ କିଡନୀ ରୋଗରେ ଶିକାର ହେଉଛନ୍ତି ଗାଁ ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ତାରିଆ ଗ୍ରାମରେ । ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ବିଶୁଦ୍ଧ ପାଣି ପାଇ ପାରୁ ନାହାଁନ୍ତି ଗାଁ ଲୋକେ । ଏହି ଦୂଷିତ ପାଣି ଯୋଗୁଁ ବହୁ ଲୋକ ମୃତୁ୍ୟ ବରଣ କରିସାରିଲେଣି । ଏନେଇ ଗ୍ରାମବାସୀ ରଣପୁର ବିଡିଓଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଜଳର ଉପଯୁକ୍ତ ମାନ ପରିକ୍ଷଣ କରି ବିଶୁଦ୍ଧ ଜଳ ଯୋଗାଇଦେବାକୁ ଗ୍ରାମବସୀ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular