spot_img

ଗଞ୍ଜେଇପଦରରେ ପୋଖରୀ ଖୋଳାକୁ ବନ୍ଦକଲା ପ୍ରଶାସନ

କୋରାପୁଟ : କୋଟିଆ ପଞ୍ଚାୟତର ଗଞ୍ଜେଇପଦରରେ ଆନ୍ଧ୍ର ପୋଖରୀ ଖୋଳୁଥିବା ନେଇ ଖବର ପ୍ରସାରିତ ପରେ ଚେତିଛି କୋରାପୁଟ ଜିଲ୍ଲା ପ୍ରଶାସନ। କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିଛି ପ୍ରଶାସନର ଗୋଟିଏ ଟିମ୍।ପୋଖରୀ ଖୋଳାକୁ ବନ୍ଦ କରାଇବାକୁ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ପକ୍ଷରୁ ଚାଲିଥିବା ଉନ୍ନୟନମୂଳକ କାମର ତଦାରଖ କରି ଫେରିଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର ବିବାଦୀୟ ତଳ ଗଂଜେଇପଦରରେ ଆନ୍ଧ୍ର ପକ୍ଷରୁ ଏକ ବିରାଟ ପୋଖରୀ ଖୋଳା ହେଉଛି। ଏହା ସହ ଅନ୍ୟ କିଛି ଗାଁରେ ମଧ୍ୟ ପୋଖରୀ ଖୋଳିବା ପାଇଁ ଯୋଜନା କରୁଛି ଆନ୍ଧ୍ର।

ଏହି ପୋଖରୀରେ ମାଛ ଚାଷ ହେବା ସହ ଚାଷ ପାଇଁ ଜଳ ଯୋଗାଣ କରିବାକୁ ଆନ୍ଧ୍ର ପ୍ରଶାସନ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି। ଏହାକୁ ମଧ୍ୟ କୋଟିଆବାସୀ ସମର୍ଥନ କରୁଥିବାରୁ ଏଥିରେ ଚେକ ଦେବା ପାଇଁ ଆଗେଇ ଆସିଛି ପ୍ରଶାସନ। ବିଡ଼ିଓ, ଭାରପ୍ରାପ୍ତ ତହସିଲଦାର ଓ ବ୍ଲକ ଯନ୍ତ୍ରୀ ଟିମରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular