spot_img

ଛତିଶଗଡ ଧାନ ରୋକିବାକୁ ସମ୍ବଲପୁର ସୀମାରେ କଡ଼ା ନଜର

ଛତିଶଗଡ : ଛତିଶଗଡ ଧାନ ରୋକିବା ପାଇଁ ଗଠନ ହେଲା ଟିମ । ଖରିଫ ସମୟରେ ଯେମିତି ସମ୍ବଲପୁର ଜିଲ୍ଲାକୁ ଛତିଶଗଡ ଅଂଚଳର ଧାନ ନଆସେ ଏନେଇ ଖାଦ୍ୟ ଯୋଗାଣ ବିଭାଗ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି । ସମ୍ବଲପୁର ଜିଲ୍ଲାରେ ୪ଟି ସ୍କ୍ୱାର୍ଡ ଗଠନ କରାଯିବା ସହ ସୀମାରେ ରହିବ କଡା ନଜର । ଧାନ କିଣାକୁ ସ୍ୱଚ୍ଛ ଓ ଦଲାଲ ମୁକ୍ତ କରିବା ପାଇଁ ନୂଆ ତରିକା । ଓଡିଶା ମଣ୍ଡିରେ ଯେମିତି ଛତିଶଗଡ ଧାନ ବିକ୍ରି ନହୁଏ ସେଥିପାଇଁ ରଣନୀତି ପ୍ରସ୍ତୁତ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନା । ବେଆଇନ ଧାନ ବିକ୍ରିକୁ ରୋକିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ଜିଲ୍ଲା ଯୋଗାଣ ବିଭାଗର ଜଣେ ଲେଖାଏଁ ଅଧିକାରୀ ଓ ମାଜିଷ୍ଟ୍ରେଟ ରହିବେ । ବେଆଇନ ଧାନ ଓଡିଶା ତଥା ସମ୍ବଲପୁର ଜିଲ୍ଲାକୁ କିଭଳି ପ୍ରବେଶ ନକରିବ ସେଦିଗରେ ଧ୍ୟାନ ହେବ ଏହି ଟିମ। ଛତିଶଗଡ ଧାନ ଓଡିଶା ମଣ୍ଡିରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ବେଆଇନ ଧାନ ବିକ୍ରି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲା ଯୋଗାଣ ବିଭାଗ । ସେହି ନିର୍ଦେଶ ଆଧାରରେ ଟିମ ଗଠନ କରାଯାଇଛି । ଏହି ଟିମ ଜିଲ୍ଲା ସୀମା ଉପରେ ନଜର ରଖିବେ । ଯେଉଁ ଧାନ ଗାଡି ଉପରେ ସନ୍ଦେହ ହେବ ତାର କାଗଜ ପତ୍ର ଯାଂଚ କରାଯିବ । ଯେଉଁ ଗାଡିରେ ଧାନ ପରିବହନ ହେବ ସେହି ଗାଡିର ଉପଯୁକ୍ତ ପରମିଟ ଥିବା ଆବଶ୍ୟକ, ନଚେତ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular