spot_img

ବିଜେପି ଦଳରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ

ମହାରାଷ୍ଟ୍ର: ମହାରଷ୍ଟ୍ର ବିଜେପିରେ ସଙ୍କଟ । ଦଳରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ । ବର୍ତ୍ତମାନ ମହାରାଷ୍ଟ୍ରରେ କ୍ଷମତାରୁ ଯିବା ପରେ ଏବେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଥିବାର ଦେଖିବା ପାଇଁ ମିଳୁଛି । ଜୟସିଂରାଓ ନିଜ ଇସ୍ତଫା ପତ୍ରରେ ମହାରାଷ୍ଟ୍ର ବିଜେପିର ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ତାଙ୍କର ଲେଖିବା ମୁତାବକ, ସେ ରାଜ୍ୟ ବିଜେପି ୟୁନିଟ ଓ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ଏନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଗାଇକୱାଡ କହିଛନ୍ତି ‘ମୁଁ ଦଳପାଇଁ କାମ କରିବାକୁ ପ୍ରସ୍ତୁତ ଥିଲି ହେଲେ ଦଳ ମୋତେ ସୁଯୋଗ ଦେଲା ନାହିଁ । ତେଣୁ ଶେଷରେ ମୁଁ ଏଭଳି ନିସ୍ପତ୍ତି ନେଲି’ ଗାଇକୱାଡ ଏହା ପୂର୍ବରୁ ମହାରାଷ୍ଟ୍ରର ମନ୍ତ୍ରୀ ଭାବେ ବି କାର୍ୟ୍ୟ କରିଛନ୍ତି । ସେ ବର୍ତମାନ ସଂସଦ କିମ୍ବା ବିଧାନସଭାର ସଦସ୍ୟ ହେବାକୁ ଚାହୁଁ ନଥିବା କଥା କହିଛନ୍ତି । ମୁଁ ଦଳକୁ ସାଂଗଠନିକ ସ୍ତରରେ ମଜଭୂତ କରିବାକୁ ଚାହୁଁଛି । ତେଣୁ ଏହି ଦାୟିତ୍ୱ ନେବାକୁ ନେବାକୁ ମୁଁ ଦଶବର୍ଷ ଧରି ଦଳ ପାଖରେ ଅନୁରୋଧ କରିଆସୁଛି । ହେଲେ ଦଳ ମୋତେ ଏଥିପାଇଁ ସୁଯୋଗ ଦେଲା ନାହିଁ । ଏଣୁ ମୁଁ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଇଛି ବୋଲି ସେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular