ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମୁଥିବା ହେତୁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ କ୍ୟାମ୍ପସ ଖୋଲାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି ଯେ ବିଳମ୍ବରେ ହେଲେ ବି ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଅକ୍ଟୋବର ୩୧ ସୁଦ୍ଧା ୟୁଜି ଓ ପିଜି ପରୀକ୍ଷାଫଳ ପ୍ରକାଶ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲା, ତାହା ପୂରଣ କରିଛି ଉଚ୍ଚଶିକ୍ଷା ବିଭାଗ । ଯୁକ୍ତ ତିନିର ନାମଲେଖା ପ୍ରକ୍ରିୟା ଶେଷ ପର୍ୟ୍ୟାୟରେ ପହଞ୍ଚିଛି ଏବଂ ପିଜି ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ କଲେଜ ଖୋଲିବାକୁ ପଦକ୍ଷେପ ନିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ପିଲାମାନେ ପାଠ ପଢନ୍ତୁ। କ୍ୟାମ୍ପସ ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇପାରେ। ତେବେ ରିସର୍ଚ ସ୍କଲାରଙ୍କ ପାଇଁ କ୍ୟାମ୍ପସ ଖୋଲିବା ନେଇ ଗାଇଡଲାଇନରେ ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0