spot_img

ବୈଷୟିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ବେଙ୍ଗାଲୁରୁରେ ଟେକ ସମ୍ମିଳନୀର ଉଦଘାଟନ କରିଛନ୍ତି । କର୍ଣ୍ଣାଟକ ସରକାରଙ୍କ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ସୋସାଇଟି, ସୂଚନା ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜି ଆଣ୍ଡ ଷ୍ଟାର୍ଟଅପ୍, ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ଏବଂ ଏମଏମ ଆକ୍ଟିଭ ସାଇ-ଟେକ୍ କମ୍ୟୁନିକେସନର ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ଚଳିତ ବର୍ଷ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ନେକ୍ସଟ ଇଜ ନାଓ’ ଅର୍ଥାତ ଯାହା ଆଗକୁ କରିବାର ଅଛି ତାହା ଏବେ ହେବ। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଯୋଗାଯୋଗ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୂପା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular