spot_img

ଚୋରା ଡିଜେଲ ଓ କୋଇଲା ଜବତ

ଅନୁଗୋଳ ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ମାତିଛନ୍ତି ଡିଜେଲ ଆଉ କୋଇଲା ମାଫିଆ । ତାଳଚେର କୋଇଲା ଖଣି ଅଞ୍ଚଳରୁ ବ୍ୟାପକ ଡିଜେଲ ଆଉ କୋଇଲା ଜବତ କରିଛି କୋଲିୟାରୀ ପୋଲିସ ।

ତାଳଚେର କୋଇଲା ଖଣି ଅଞ୍ଚଳରେ ମାତିଛନ୍ତି ଡିଜେଲ ମାଫିଆ ଆଉ କୋଇଲା ମାଫିଆ । ଖବର ପାଇ ତାଳଚେର କୋଲିୟାରୀ ପୋଲିସ ଚଢ଼ାଉ କରି ୧୨୦୦ ଲିଟର ଡିଜେଲ ଜବତ କରିଛି । ଏହିସବୁ ଡିଜେଲ ଅନନ୍ତ, ଜଗନ୍ନାଥ ଏବଂ ଭରତପୁର କୋଇଲା ଖଣି ଗୁଡିକରୁ ଜବତ ହୋଇଛି । ୪୦ ଲିଟର ଡିଜେଲ ଭର୍ତ୍ତି ୩୦ଟି ଜାର୍କୀନ କୁ ଜବତ କରିଛି କୋଲିୟାରୀ ପୋଲିସ ।ଏହି ଘଟଣାରେ ତାଳଚେର ଅଞ୍ଚଳର ୨ ଜଣକୁ ଗିରଫ କରିଛି ପୋଲିସ ।

ସେହିପରି ୨୦ଟନ୍ କୋଇଲା ବୋଝେଇ ଟ୍ରକକୁ ମଧ୍ୟ ଜବତ କରିଛି କୋଲିୟାରୀ ପୋଲିସ ।ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଏହି ଘଟଣାରେ ୪ ଜଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି କୋଲିୟାରୀ ପୋଲିସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular