ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାଲେପାଲି ଗାଁର ନବୀନ ବାଘଙ୍କ ନାମରେ ୧୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିଛି l ଏଥିରେ ସମନ ଜାରି କରି ଖୋଳ ତାଳ କରୁଛି ଜିଏସଟି ବିଭାଗ ନବୀନଙ୍କ ସମ୍ପତ୍ତି କହିଲେ କେବଳ ଗୋଟିଏ ଏକର ଚାଷଜମି l
ଚାଷ କାର୍ଯ୍ୟ ବାହାରେ ନବୀନ ରାଜ ମିସ୍ତ୍ରୀ ଭାବରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି l କିନ୍ତୁ ୧୦ କୋଟି ଟଙ୍କାର ଅଭିଯୋଗ ଆସିଲା ପରେ ନବୀନଙ୍କ ନିଦ ହଜି ଯାଇଛି l ପରିବାରରେ ଏବେ ଖିଆପିଆ ସବୁକିଛି ବନ୍ଦ ହୋଇଯାଇଛି l ଏବେ ନବୀନଙ୍କ ପରିବାରରେ ଲୁହ ଝରାଉଛନ୍ତି l କିଛି ଦିନ ପୂର୍ବରୁ ନବୀନ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଧାନବସା ଗାଁର ଦିଲୀପ ମେହେରଙ୍କୁ ଆଠ ମାସ ହେଲା ନବୀନ ଋଣ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟଠୁ ଆରମ୍ଭ କରି ସମସ୍ତ ଡକୋମେଣ୍ଟ ଦେଇଥିଲେ l ହେଲେ ଏବେ ବାଗ ଏଣ୍ଡ ବାଗ କମ୍ପାନୀ ନାମରେ ଆସିଛି ୧୦ କୋଟି ଟଙ୍କାରେ ଜିଏସଟି ଜାଲିଆତି ମାମଲାl
ନବୀନଙ୍କ ନାମରେ ଆସିଥିବା ୧୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି l ଏ ନେଇ ଭବାନୀପାଟଣା ଜିଏସଟି ବିଭାଗର ଅଧିକାରୀମାନେ ନବୀନଙ୍କ ଘରକୁ ଆସି ଖୋଳତାଡ କରିବା ପରେ ଜାଣିବାକୁ ପାଇଥିଲେ ଏଠାରେ କୌଣସି ବାଗ ଏଣ୍ଡ ବାଗ କମ୍ପାନୀ ଚାଲୁନାହିଁ l ତେବେ ଜିଏସଟି ଠକେଇ କରୁଥିବାର ମାଷ୍ଟର ମାଇଣ୍ଡ କେବେ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା l



Visitors Today : 6
Total Visitors : 130181
Total Views : 9891632
Visitors Online Now : 0