ଭୁବନେଶ୍ୱର: ଓଡିଶାର ଦୁଇଜଣ ଫୁଟବଲ ତାରକା ରଞ୍ଜନ ସୋରେନ ଏବଂ ସୁନୀଲ ସୋରେନଙ୍କୁ୧୬ ବର୍ଷରୁ କମ ଭାରତୀୟ ଫୁଟବଲ ଦଳ ପାଇଁ ମନୋନିତ କରାଯାଇଛି । ଏହି ଅବସରରେ ଓଡିଶାର ଇଲେକଟ୍ରୋନିକ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବନେତା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ ମନ୍ତ୍ରୀ କହିଛନ୍ତି, ଉଭୟଙ୍କ କଠିନ ପରିଶ୍ରମ ଏବଂ ଅଦମ୍ୟ ଚେଷ୍ଟା ପାଇଁ ଆଜି ଓଡିଶା ଫୁଟବଲ ଜଗତ ଗର୍ବିତ । ଆଗାମୀ ଦିନରେ ଏହି ଦୁଇ ଖେଳାଳୀ ତାଙ୍କ କ୍ରୀଡା ନୈପୁଣ୍ୟତାରେ ଉନ୍ନତି ଆଣି ଉଚ୍ଚ ମାନର ପ୍ରଦର୍ଶନ ସହ ଅଧିକ ସଫଳତା ଆଣନ୍ତୁ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କ କୋଚ ଜୟଦେବ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ସେ ଦୁହେଁ ଆସନ୍ତା ନଭେମ୍ବର ୨୦ ତାରିଖରେ ଭାରତୀୟ କ୍ୟାମ୍ପରେ ଯୋଗଦେବେ । ଏହା ସହ ରଞ୍ଜନ ସୋରେନ ମାତ୍ର ୧୫ ବର୍ଷ ବୟସରେ ଓଡିଶାର ସର୍ବକନିଷ୍ଠ ଖେଳାଳୀ ଭାବେ ୨୦୨୦-୨୧ ବର୍ଷ ଲାଗି ପଞ୍ଜାବ ଏଫସି ବୃତ୍ତିଗତ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0