spot_img

ଏନସିଏରେ ଅଭ୍ୟାସ ଆରମ୍ଭ କଲେ ରୋହିତ ଶର୍ମା

ବାଙ୍ଗାଲୋର: ବାଙ୍ଗାଲୋରରେ ଅବସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ଥିବା ବେଳେ ରୋହିତ ଶର୍ମା ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜରେ ଖେଳିବେ ନାହିଁ । ତେବେ ଆସନ୍ତା ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଯାଗାରେ ଖେଳିବେ ହିଟମ୍ୟାନ । ତେବେ ଏହା ପୂର୍ବରୁ ରୋହିତ ଆହତ ହେବା ଯୋଗୁଁ ତାଙ୍କୁ ଏହି ଗସ୍ତରେ ସାମିଲ କରାଯାଇନଥିଲା । ଅନ୍ୟପଟେ ଚଳିତ ବର୍ଷ ରୋହିତ ଶର୍ମାଙ୍କ ଭଲ ଫର୍ମ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ ଟ୍ରଫିକୁ ନିଜ ନାମରେ କରିପାରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular