spot_img

ହାଇତି ଫୁଟବଲ ସଭାପତିଙ୍କୁ ଆଜୀବନ ବାସନ୍ଦ କଲା ଫିଫା

ଜୁରିଚ: ମହିଳା ଫୁଟବଲ ଖେଳାଳୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ହାଇତି ଫୁଟବଲ ମହାସଂଘ ସଭାପତି ୱାଇଭେସ ଜିନ ବାର୍ଟଙ୍କୁ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ଖେଳରୁ ଆଜୀବନ ବାସନ୍ଦ କରିଛି । ନିଜ ପଦବୀର ଦୂରୁପଯୋଗ ନାବାଳିକା ଓ ଜାତୀୟ ଖେଳାଳୀଙ୍କୁ ଯୌନ ଶୋଷଣ କରିଛନ୍ତି । ତେବେ ଖେଳରୁ ଆଜୀବନ ବାସନ୍ଦ ହେବା ସହ ତାଙ୍କୁ ୧.୧ ନିୟୁତ ଡଲାର ଜରିମାନା ମଧ୍ୟ କରାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ ଫିଫା ପାଣ୍ଠି ସହାୟତାରେ ଚାଲିଥିବା ଦେଶର ଜାତୀୟ ଟ୍ରେନିଂ ସେଣ୍ଟରରେ ସେ ଏଭଳି କୁକର୍ମ କରିଥାନ୍ତି । ୨୦୦୦ ମସିହାରୁ ସେ ହାଇତି ଫୁଟବଲର ମୁଖ୍ୟ ରହି ଆସିଛନ୍ତି । ଅନ୍ୟପଟେ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିନ ବାର୍ଟ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular