spot_img

ଆରମ୍ଭ ହେଲା ଇଣ୍ଡିଆନ ସୁପରଲିଗ

ଗୋଆ: କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଇଣ୍ଡିଆନ ସୁପରଲିଗର ସପ୍ତମ ସଂସ୍କରଣ । ଉଦଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ଓ ଏଟିକେ ମୋହନବାଗାନ ମୁହାଁ ମୁହିଁ ହୋଇଥିଲେ । ଏଟିକେ ମୋହନବାଗାନ ଉଦଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ୧-୦ ଗୋଲରେ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଲ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ହିଁ ଉଭୟ କଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ୬୭ ମିନିଟରେ ମନଭୀର ସିଂହ ଏଟିକେ ମୋହନବାଗାନ ଦଳର ଅଧିନାୟକ କ୍ରିଷ୍ଣାଙ୍କୁ ବଲଟି ପାସ କରିଥିଲେ । ଅଧିନାୟକ ବଲଟି ପାଇବା ମାତ୍ରେ କୌଣସି ବିଳମ୍ବ ନ କରି ଡିଫେନ୍ସ ଲାଇନକୁ ଭେଦ କରି ବଲଟିକୁ ନେଟ ଭିତରକୁ ପଠାଇବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ଖେଳର ଅବଶିଷ୍ଟ ୨୩ ମିନିଟରେ ବିପକ୍ଷ ଦଳ କେରଳ ବ୍ଲାଷ୍ଟର୍ସ ଏହାର ପ୍ରତିଶୋଧ ନେବାରେ ବିଫଳ ହୋଇଥିଲା । ଯାହାଫଳରେ ଚଳିତ ବର୍ଷର ପ୍ରଥମ ମ୍ୟାଚରୁ ହିଁ ଏଟିକେ ମୋହନବାଗାନ ତା’ର ବିଜୟ ଅଭିଯାନ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular