ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏସବୁ ମଧ୍ୟରେ ଏଭଳି ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଭିକାରୀ ନିଜ ଥାଳିରୁ ଖାଦ୍ୟ ବାହାର ବୁଲା କୁକୁରଙ୍କୁ ଖୁଆଉଥିବାର ନଜର ଆସିଛି । ଏହି ଭିଡିଓରେ ମଧ୍ୟ ଆପଣମାନେ ଦେଖିପାରିବେ ଉକ୍ତ ଭିକାରୀ ଜଣଙ୍କ ଏତେ ଖରାପ ଥାଇ ମଧ୍ୟ ସେ ନିଜର ଚିନ୍ତା ନକରି ନିଜ ଖାଦ୍ୟକୁ ବୁଲା କୁକୁରକୁ ଖୁଆଉଛନ୍ତି । ଏହି ଭିଡିଓକୁ ଇଣ୍ଡିଆନ୍ ଫରେଷ୍ଟ ଅଫିସର (IFS) ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିସହ ସେ ଲେଖିଛନ୍ତି, କୌଣସି ମଣିଷ ଟଙ୍କାରେ ଗରବି ହୋଇପାରେ କିନ୍ତୁ ମନରେ ଧନୀ ହୋଇଥାନ୍ତି ।
Poor by wealth…
Richest by heart 🙏 pic.twitter.com/OlMsYORNI2— Susanta Nanda IFS (@susantananda3) July 16, 2020
୧୭ ସେକେଣ୍ଡର ଏହି ଭିଡିଓରେ ଆପଣମାନେ ଲକ୍ଷ୍ୟ କରିପାରିବେ ଯାହାଙ୍କ ଶରୀରରେ ଠିକ୍ ରୁପେ କପଡା ନାହିଁ ଏବଂ ସେ ବେସାହାରା ହୋଇ ରାସ୍ତା କଡରେ ବସି ରହିଛନ୍ତି, ସେହି ମଣିଷ ନିଜେ ନଖାଇ ନିଜ ଖାଦ୍ୟକୁ ଏକ ବୁଲା କୁକୁରଙ୍କୁ ଖୁଆଉଛନ୍ତି । ଏହି ଭିଡିଓକୁ ଦେଖି ଆପଣ ବୁଝିପାରିବେ ମଣିଷ ଜୀବନରେ ଟଙ୍କା ଇନକମ୍ କରିବା ମହତ୍ତ୍ୱପୂର୍ଣ୍ଣ ନୁହେଁ ଜଣେ ଭଲ ମଣିଷ ହେବା ବଡ କଥା ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0