spot_img

BOBରେ ଚାକିରି ପାଇବାର ସୁଯୋଗ, ଆସନ୍ତା ୩୧ ଜୁଲାଇ ପର୍ଯ୍ୟନ୍ତ କରିପାରିବେ ଆବେଦନ

ବ୍ୟାଙ୍କରେ ଚାକିରି ପାଇଁ ଆଶା ରଖିଥିବା ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ୍ ବରୋଦା (BOB) ଆଣିଛି ନିଯୁକ୍ତି ଜାରି । ଇଛୁକ ଆବେଦନକାରୀ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ । ସୂଚନା ମୁତାବକ ବ୍ୟାଙ୍କ ଅଫ୍ ବରୋଦାରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଆବେଦନକାରୀ ଆସନ୍ତା ୩୧ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆଜି ହିଁ ଆବେଦନକାରୀ ବ୍ୟାଙ୍କ ଅଫ୍ ବରୋଦାର ଅଧିକାରୀକ ୱେବସାଇଟକୁ ଯାଇ ଜାରି କରାଯାଇଥିବା ସୂଚନା ସମ୍ପର୍କରେ ଅବଗତ ହେବା ପରେ ତୁରନ୍ତ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ ।

Bank-of-Baroda-ପଦବୀ ନାମ ଏବଂ ପଦ ସଂଖ୍ୟା:

ସୁପର ଭାଇଜର: ୪୯ ପଦ

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନୁ୍ୟନତମ ବୟସ ସୀମା ୨୧ ବର୍ଷ ଏବଂ ଅଧିକତମ ବୟସ ସୀମା ୪୫ ବର୍ଷ ପଦବୀ ଅନୁଯାୟୀ ନିର୍ଦ୍ଦାରିତ କରାଯାଇଛି ।

jobଆବେଦନ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୧୪ ଜୁଲାଇ ୨୦୨୦
ଆବେଦନ ପତ୍ର ଜମା କରିବାର ଅନ୍ତିମ ତିଥି: ୩୧ ଜୁଲାଇ ୨୦୨୦

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ନୁ୍ୟନତମ ଶିକ୍ଷାଗତ ଯୋଗ୍ୟତା ସ୍ନାତମ ଏବଂ ଏମଏସସି, ବିଏ, ଏମସିଏ ଏବଂ ଏମବିଏରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏଥିସହ ଆବେଦନକାରୀଙ୍କ ପାଖରେ କମ୍ଫୁ୍ୟଟରରେ ଅଭିଜ୍ଞତା ଥିବା ଆବଶ୍ୟକ ।

Bank-of-Barodaଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ ।

ଆବେଦନ ପ୍ରକ୍ରିୟା:

ଆବେଦନକାରୀ ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ପୁରଣ କରନ୍ତୁ । ଆବେଦନ କରିବା ପାଇଁ ଅଧିକାରୀକ ୱେବସାଇଟ୍ କୁ ଯାଇ ଜାରି କରାଯାଇଥିବା ସୂଚନାକୁ ଡାଉନଲୋଡ କରନ୍ତୁ । ପରେ ଜୁଲାଇ ୩୧ ପୂର୍ବରୁ ଆବେଦନ ପ୍ରକ୍ରିୟା ପୁରଣ କରିବା ସହ ଆବେଦନ କରିବା ସମୟରେ ଯେପରି କିଛି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ୟାନ ରଖିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular