spot_img

ଚର୍ଚ୍ଚାରେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର : ସବୁବେଳେ ଚର୍ଚ୍ଚାରେ ଜଟଣୀ ବିଧାୟକ ସୁର ରାଉତରାୟ । ହେଲେ ଏଥର ଟିକେ ଭିନ୍ନ ଢଙ୍ଗରେ ଚର୍ଚ୍ଚାରେ ଆସିଛନ୍ତି । ତାହା ପୁଣି ଏକ ସମ୍ବଲପୁରୀ ଗୀତରେ ରାପ ଗାଇ ଚର୍ଚ୍ଚାରେ ଅଛନ୍ତି । ନିଜର ବେଫିକର ଆନ୍ଦାଜ୍ ବିତର୍କିତ ବୟାନବାଜି, ନିଜସ୍ୱ ନିୟାରା କୋøତୁକିଆ ମିଜାଜରେ ଏହି ଗୀତଟିକୁ ଗାଇଛନ୍ତି । ସଂଗୀତର ନିର୍ଦେଶନା ଦେଇଛନ୍ତି ଫେମସ୍ ଜାପାନୀ ଭାଇ । କଟକର ମିଲନ ଷ୍ଟୁଡ଼ିଓରେ ଏହି ଗୀତକୁ ରେକଡ଼ିଂ କରାଯାଇଛି । ଅରମାନ ମୁୃଜିକ ପ୍ରଯୋଜିତରେ ଏହି ଗୀତଟିକୁ ଲେଖିଛନ୍ତି ତପୁ ନାୟକ । ସୁରଙ୍କ ସହିତ ଏହି ଗୀତରେ କଂଷ୍ଠ ଦାନ କରିଛନ୍ତି ଲୋପାମୁଦ୍ରା ଏବଂ ଜ୍ୟୋତିମୟୀ । ଗୀତର ଶୀର୍ଷକ ‘ରଙ୍ଗବତୀ’ ରଖାଯାଇଛି ହେଲେ ପ୍ରସିଦ୍ଧ ସମ୍ବଲପୁରୀ ରଂଗବତୀ ଗୀତ ସହିତ ଏହି ଗୀତର କୋøଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନିଦେ୍ର୍ଦଶକ ଜାପାନୀ ଭାଇ । ସୁରଙ୍କ ଯେପରି ନିଷ୍ଠାର ସେବା , ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଶ୍ନେହ ଶ୍ରଦ୍ଧା ରହିଛି ଏହି ଗୀତକୁ ମଧ୍ୟ ସେତିକି ଭଲପାଇବା ମିଳିବ ବୋଲି ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular