spot_img

ଖରସ୍ରୋତାକୁ ନେଇ ଶାସକ ଦଳର ସାମ୍ବାଦିକ ସମ୍ମିଳନୀ

ରାଜକନିକା: ଖରସ୍ରୋତା ବିବାଦକୁ ନେଇ ରାଜକନିକାରେ ଶାସକ ଦଳର ସାମ୍ବାଦିକ ସମ୍ମିଳନୀ । ସମ୍ମିଳନୀରେ ଆଳି ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ ଓ ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ବେହେରା ଯୋଗ ଦେଇଥିଲେ । ବିଜୁ ଜନତା ଦଳର ରାଜକନିକାର ବିଭିନ୍ନ ପ୍ରାନ୍ତର ନେତୃମଣ୍ଡଳୀଙ୍କୁ ନେଇ ଖରସ୍ରୋତା ଜଳ ପ୍ରକଳ୍ପ କୁ ବିରୋଧ କରୁଥିବା ଖରସୋ୍ରତା ବଂଚାଅ ସଂଗ୍ରାମ ସମିତିକୁ କଡ଼ା ସମାଲୋଚନା କରିଛନ୍ତି । ଗତ ଜାନୁୟାରୀ ଠାରୁ କେନ୍ଦ୍ରାପଡ଼ା ଆଳି- ରାଜକନିକା ମଧ୍ୟବର୍ତୀ ଖରସ୍ରୋତା ନଦୀରେ ବସୁଧା ଯୋଜନାରେ ୮୭୦ କୋଟି ବ୍ୟୟ ଅଟକଳରେ ହେବାକୁ ଯାଉଛି ମେଗାଜଳ ପ୍ରକଳ୍ପ । ହେଲେ ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି ଆଳି କନିକାର ଜନସାଧାରଣ । ଗୋଟିଏ ପଟେ ରାଜ୍ୟ ସରକାର କଳେ ବଳେ କୌଶଳେ ଏହି ପ୍ରକଳ୍ପକୁ ଭଦ୍ରକ ଜିଲ୍ଲାକୁ ଦେବା ପାଇଁ ଯୋଜନା କରୁଥିବା ବେଳେ ଏଥିରେ ସରକାରଙ୍କ କ’ଣ ପ୍ରୀତି ରହିଛି ତାହା ଏବେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ସେପଟେ ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ଆସନ୍ତା ନଭେମ୍ବର ୨୨ ତାରିଖରେ ଏକ ବିଶାଳ ଜନସମାବେଶର ଡ଼ାକରା ଦେଇଛି । ସରକାରୀ ଦଳ ଏହା ପୁର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ସରକାରଙ୍କ ଏହି ପ୍ରକଳ୍ପର ସ୍ପଷ୍ଟି କରଣ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular