spot_img

ସେମିଫାଇନାଲ ଦୌଡରେ ନାଡାଲ ଓ ଜୋକୋଭିଚ

ଲଣ୍ଡନ: ଲଣ୍ଡନରେ ଚାଲିଥିବା ହାଇପ୍ରୋଫାଇଲ ଟେନିସ ଟୁର୍ଣ୍ଣାମେଣ୍ଟ ଏଟିପି ଫାଇନାଲ୍ସରେ ସ୍ପେନ ଟେନିସ ତାରକା ରାଫାଲ ନାଡାଲ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଡିଫେଣ୍ଡିଂ ଚାମ୍ପିୟନ ଗ୍ରୀସର ଷଷ୍ଠ ସିଡ ଖେଳାଳୀ ଷ୍ଟିଫାନୋ ସିତସିପାସଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି ନାଡାଲ । ତାଙ୍କ ସହ ସର୍ବିୟାର ନୋଭାକ ଜୋକୋଭିଚ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଜର୍ମାନୀର ଆଲେକଜାଣ୍ଡର ଜେଭରେଭଙ୍କୁ ପରାସ୍ତ କରି ସେ ସେମିରେ ପହଁଞ୍ଚିଛନ୍ତି । ଅନ୍ୟପଟେ ନିଜ ପ୍ରଦର୍ଶନକୁ ନେଇ ନାଡାଲ ଖୁସି ଜାହିର କରିଛନ୍ତି । ସେମିଫାଇନାଲରେ ଡାନିଲ ମେଡଭେଡେଭଙ୍କୁ ଭେଟିବେ ନାଡାଲ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular