spot_img

କରୋନାରେ ସଂକ୍ରମିତ ହେଲେ ଦ୍ରୁତ ବୋଲର ସୋହେଲେ ତନଭୀର

କଲମ୍ବୋ: ନଭେମ୍ବର ୨୬ ରୁ ଆରମ୍ଭ ହେବାକୁ ଯାଉଛି ଲଙ୍କାନ ପ୍ରିମିୟର ଲିଗ । ଲିଗ ଆରମ୍ଭ ହେବା ପୂର୍ବରୁ ପାକିସ୍ଥାନର ପେସ ବୋଲର ସୋହେଲେ ତନଭୀର ଏବଂ କାନାଡିଆନ ବ୍ୟାଟ୍ସମ୍ୟାନ ରବିନ୍ଦରପାଲ ସିଂ କୋଭିଡରେ ସଂକ୍ରମିତ ହୋଇଛନ୍ତି । ସୂଚନା ଅନୁସାରେ, କାଣ୍ଡି ଟସ୍କର୍ସ ଫ୍ରାଞ୍ଚଇଜର ତନଭୀର ଏବଂ କଲମ୍ବୋ କିଙ୍ଗ୍ସ ରବିନ୍ଦରପାଲ ଶ୍ରୀଲଙ୍କାରେ ପହଁଞ୍ଚିବା ପରେ ସେମାନଙ୍କର କରୋନା ଟେଷ୍ଟ ହୋଇଥିଲା । ପାକିସ୍ଥାନର ୱାହାବ ରିଆଜ ଓ ଇଂଲଣ୍ଡର ଲିଆମ ପ୍ଲଙ୍କେଟ ଓହରିଯିବା ପରେ ତନବୀର ବଦଳ ଖେଳାଳୀ ଭାବେ ଟୁର୍ଣ୍ଣାମେଣ୍ଟରେ ଖେଳିବା ଲାଗି ଆସିଥିଲେ । ଉଭୟ ତନଭୀର ଓ ରବିନ୍ଦରପାଲ ଅତି କମରେ ଦୁଇ ସପ୍ତାହ ଆଇସୋଲେଶନରେ ରହିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular