spot_img

ସାନଖେମୁଣ୍ଡିରେ ବନ୍ଦ ହେଲା ୧୧ ସ୍କୁଲ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ କମ୍ ଥିବା ଦର୍ଶାଇ ୧୧ ଗୋଟି ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ବନ୍ଦ କରିବା ସହ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । ଏ ନେଇ କେତେକ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସହ ଅସନ୍ତୋଷ ସୃଷ୍ଟି ହୋଇଛି । ଶିକ୍ଷା ବିଭାଗର ସ୍କୁଲ ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ ପରେ ସାନଖେମୁଣ୍ଡି ବ୍ଲକର ୧୧ଗୋଟି ବିଦ୍ୟାଳୟରେ ପିଲା ସଂଖ୍ୟା କମ୍ ଥିବାରୁ ବିଦ୍ୟାଳୟ ଗୁଡିକୁ ବନ୍ଦ କରି ଦିଆଯାଇଛି ବୋଲି ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ପ୍ରକାଶ କରିଛନ୍ତି । ବିଶେଷ କରି ଆଦିବାସୀ ଅଞ୍ଚଳରେ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି ହୋଇଛି । ବନ୍ଦ ହୋଇଥିବା ବିଦ୍ୟାଳୟର ପିଲାମାନଙ୍କୁ ନିକଟସ୍ଥ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇବା ପାଇଁ ପତ୍ର ମାଧ୍ୟମରେ ଶିକ୍ଷାଧିକାରୀ ଜଣାଇଛନ୍ତି । ଉପାନ୍ତ ଆଦିବାସୀ ବହୁଳ ଇଲାକା ତପ୍ତପାଣି ଗୋବିନ୍ଦପୁର ପଞ୍ଚାୟତର ଚୋରେଇପାହାଡ଼ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାଥମିକ ବିଦ୍ୟାଳୟକୁ ୩ କିମି ଦୂର ଦଶେଇପୁର ପିୟୁପିଏସରେ ମିଶ୍ରଣ କରାଯାଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular