spot_img

ବୁଗୁଡ଼ାରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବାଲିପଦର ଫାଣ୍ଡି ଅଞ୍ଚଳରେ ଘଟିଛି ଘଟଣା । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି । ଆହତ ବ୍ୟକ୍ତି ଜଣଙ୍କ ମଧ୍ୟପ୍ରଦେଶର ବୋଲି ସୂଚନା ରହିଛି । ସେ ଏଠାରେ ବହୁ ଦିନ ଧରି ଗୁପଚୁପ ବ୍ୟବସାୟ କରୁଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଗୁପଚୁପ ବ୍ୟବସାୟୀ ନେଇ ଗୁଳିମାଡ଼ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଘଟଣାର ପୋଲିସ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular